ରାଗି ଡୋସା |
ଆବଶ୍ୟକୀୟ ସାମଗ୍ରୀ
- 1 ଗିନା ମାଣ୍ଡିଆ ଅଟା
- ¼ ଗିନା ଚାଉଳଚୁନା
- ½ ଗିନା ସୁଜି (ସିମୋଲିନା)
- ¼ ଗିନା ଦହି (କର୍ଡ)
- 2 ଚାମଚ କଟା ଅଦା
- 1ଟି କଟା ସବୁଜ ଲଙ୍କା
- 1 ଚାମଚ ଜିରା
- ଆବଶ୍ୟକ ଅନୁଯାୟୀ ପାଣି।
- ସ୍ୱାଦ ଅନୁସାରେ ଲୁଣ
ପୌଷ୍ଟିକ ମୂଲ୍ୟ:
ଶକ୍ତି: 210 କିଲୋକ୍ୟାଲୋରୀ
ପ୍ରୋଟିନ୍: 4 ଗ୍ରାମ
ପ୍ରଦ୍ଧତି:
- ଏକ ବଡ଼ ପାତ୍ର ନେଇ ସେଥିରେ ମାଣ୍ଡିଆ ଅଟା, ଚାଉଳ ଅଟା ଓ ସୁଜି ମିଶାଇ ଦିଅନ୍ତୁ।
- ଏଥିରେ ଅଳ୍ପ ଦହି, କଟା ଅଦା, ସବୁଜ ଲଙ୍କା, ଜିରା ଓ ଲୁଣ ମିଶାନ୍ତୁ।
- ଏବେ ସେଥିରେ ପାଣି ମିଶାନ୍ତୁ ଏବଂ ଗୋଳାନ୍ତୁ। 10-15 ନିମିଟ୍ ପାଇଁ ରଖନ୍ତୁ।
- ତା'ପରେ ଦୋସା ପ୍ୟାନ୍ ନିଅନ୍ତୁ, ଯଦି ଘୋଳ ସାମାନ୍ୟ ମୋଟା ହୋଇଯାଏ- ତେବେ ଆପଣ କିଛି ପାଣି ମିଶାଇ ସ୍ଥିରତାକୁ ଆଡଜଷ୍ଟ କରିପାରିବେ।
- ଘୋଳକୁ ମଝିରେ ଢାଳି ତୁରନ୍ତ ବିସ୍ତାର କରନ୍ତୁ।
- ଏଥିରେ 1 ଚାମଚ ତେଲ ମିଶାଇ ଧୀରେ-ଧୀରେ ପିଠା ତିଆରି କରନ୍ତୁ।
- ଦୋସାକୁ ଓଲଟାଇ ଦୁଇ ପାର୍ଶ୍ୱରେ ରୋଷେଇ କରନ୍ତୁ। ଏହାକୁ ପୁଦିନା ଚଟଣୀ କିମ୍ବା ସାମ୍ଭର ସହିତ ପରିବେଷଣ କରନ୍ତୁ।