ପୌଷ୍ଟିକ ଦଲିଆ ଓ ମୁଗ ଖିଚୁଡି
ଆବଶ୍ୟକୀୟ ସାମଗ୍ରୀ
ଦଲିଆ: 30 ଗ୍ରାମ
ସବୁଜ ମୁଗ ଡାଲି: 15 ଗ୍ରାମ
ହଳଦିଆ ମୁଗ ଡାଲି: 15 ଗ୍ରାମ
ଟମାଟୋ: 20 ଗ୍ରାମ
ପିଆଜ: 20 ଗ୍ରାମ
ମଟର: 10 ଗ୍ରାମ
ତେଲ- 1/2 ଚାମଚ
ଲୁଣ- ସ୍ୱାଦ ଅନୁସାରେ
ହଳଦୀ- ଏକ ଚିମୁଟି
ଜିରା- ଏକ ଚିମୁଟି
ପୌଷ୍ଟିକ ମୂଲ୍ୟ:
ଶକ୍ତି: 240 କିଲୋ କ୍ୟାଲୋରୀ
ପ୍ରୋଟିନ୍: 11.2 ଗ୍ରାମ
ପ୍ରଦ୍ଧତି:
- ଡାଲି ଓ ଦଲିଆକୁ 1 କପ୍ ପାଣିରେ 10-15 ମିନିଟ୍ ଭିଜାଇ ରଖନ୍ତୁ ଏବଂ ତା'ପରେ ପାଣିକୁ ନିଷ୍କାସିତ କରନ୍ତୁ।
- ପ୍ରେସର କୁକରରେ ତେଲ ପକାଇ ଜିରା ପକାଇ ଫୁଟିବାକୁ ଦିଅନ୍ତୁ।
- ରୋଷେଇ କରିବା ପାଇଁ ପନିପରିବା ଏବଂ ମସଲା ମିଶାନ୍ତୁ।ତା'ପରେ ଏହି ମିଶ୍ରଣରେ ଧୋଇଥିବା ଡାଲି ଓ ଦଲିଆ ମିଶାଇ ଦିଅନ୍ତୁ।s
- ଏହି ମିଶ୍ରଣରେ 3 କପ୍ ପାଣି ମିଶାଇ 3 ସିଟି କିମ୍ବା ଦଲିଆ ସଂପୂର୍ଣ୍ଣ ରୋଷେଇ ନ କରିବା ପର୍ଯ୍ୟନ୍ତ ସିଝାନ୍ତୁ।
- ବାଷ୍ପ ବାହାରିବା ପରେ କୁକରକୁ ଖୋଲନ୍ତୁ ଏବଂ 1 ଟି କଟୋରୀ ଦହି/ 1 ଗ୍ଲାସ ଛେନା ସହିତ ଖିଚୁଡି ପରିବେଷଣ କରନ୍ତୁ ।