ଅଟା ଚିକେନ୍ ଡମ୍ପଲିଂ
ଆବଶ୍ୟକୀୟ ସାମଗ୍ରୀ
- ଅଟା - ୬୦ ଗ୍ରାମ
- ତେଲ – ୧୦ ମିଲିଲିଟର
- କଟା ଚିକେନ- ୧୦୦ ଗ୍ରାମ
- କଟା ପିଆଜ – ୫୦ ଗ୍ରାମ
- କ୍ୟାପ୍ସିକମ୍ – ୫୦ ଗ୍ରାମ
- ଗାଜର – ୫୦ ଗ୍ରାମ
- ଅଦା – ୫ ଗ୍ରାମ
- ଧନିଆ ପତ୍ର – ୮-୧୦ଟି ପତ୍ର
- ସ୍ୱାଦ ଅନୁଯାୟୀ ଲୁଣ
ପୌଷ୍ଟିକ ମୂଲ୍ୟ:
କ୍ୟାଲୋରୀ - ୫୬୩ କିଲୋକ୍ୟାଲୋରୀ
ପ୍ରୋଟିନ୍ – ୨୯ ଗ୍ରାମ
ପ୍ରଦ୍ଧତି:
- ଗୋଟିଏ ପ୍ୟାନରେ ୧ ଚାମଚ ତେଲ ପକାନ୍ତୁ- ପିଆଜ, ରସୁଣ, ଅଦା, ପନିପରିବା ଓ ଚିକେନ୍ ପକାଇ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ ୧୫ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ।
- ଡମ୍ପଲିଂ ପାଇଁ ପୁର ପ୍ରସ୍ତୁତ ହୋଇଛି - ଏହାକୁ ଅନ୍ୟ ପ୍ଲେଟରେ ରଖନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଶିଝାନ୍ତୁ।
- ଏହି ସମୟରେ ଅଟାରେ ଗୋଟିଏ ଚିମୁଟି ଲୁଣ, ୧ ଚାମଚ ତେଲ ଓ ପାଣି ମିଶାଇ ଚକଟନ୍ତୁ। ଚକଟା ଅଟାକୁ ନରମ ହେବା ପାଇଁ ଏକପାଖରେ ରଖନ୍ତୁ।
- ଅଟାକୁ ସମାନ ଭାଗରେ ୭-୮ ଭାଗରେ ଭାଗ କରନ୍ତୁ, ସେଥିରୁ ଛୋଟ ଛୋଟ ଗୁଳା ତିଆରି କରନ୍ତୁ, ଗୁଳାଗୁଡ଼ିକୁ ଗୋଲାକାର ଆକାରରେ ରୋଲ୍ କରନ୍ତୁ।
- ଅଟା ଗୁଳା ମଝିରେ ଏକ ଚାମଚ ପୁର ଦେଇ ଡମ୍ପଲିଂକୁ ଆକାର ଦିଅନ୍ତୁ କିମ୍ବା ଆପଣ ସମସ୍ତ ପାର୍ଶ୍ୱକୁ ଏକାଠି କରି ଏହାକୁ ଗୋଲାକାର ଆକାର ଦିଅନ୍ତୁ।
- ଷ୍ଟିମ ପ୍ଲେଟ୍କୁ ତେଲରେ ଗ୍ରୀସ୍ କରନ୍ତୁ ଏବଂ ଏହି ଡମ୍ପଲିଂକୁ ୨୦-୩୦ ମିନିଟ୍ ପର୍ଯ୍ୟନ୍ତ ଶିଝିବାକୁ ଦିଅନ୍ତୁ।
- ଡମ୍ପଲିଂ ଶିଝିଲାଣି କି ନାହିଁ ଯାଞ୍ଚ କରନ୍ତୁ ଏବଂ ଗରମ ଗରମ ପରଷନ୍ତୁ।