Humrahi

ଷ୍ଟିମ ଚିକେନ୍ ସାଲାଡ

ଆବଶ୍ୟକୀୟ ସାମଗ୍ରୀ

  • ବୋନଲେସ୍ ଚିକେନ୍ ବ୍ରେଷ୍ଟ – ୨୦୦ ଗ୍ରାମ
  • ପିଆଜ -୧ ମିଡିୟମ ସାଇଜ (୧୫୦ ଗ୍ରାମ)
  • ଟମାଟୋ -୧ ମିଡିୟମ ସାଇଜ (୧୨୦ ଗ୍ରାମ)
  • କାକୁଡ଼ି -୧ (୧୫୦ ଗ୍ରାମ)
  • ପିଆଜ ଷଣ୍ଡା – ୨ (୧୫ ଗ୍ରାମ)
  • ଲାଲ କ୍ୟାପ୍ସିକମ୍ - ୧ ମିଡିୟମ ସାଇଜ (୧୦୦)
  • ହଳଦିଆ କ୍ୟାପ୍ସିକମ୍ - ୧ ମିଡିୟମ ସାଇଜ (୧୦୦ ଗ୍ରାମ)
  • ଧନିଆ – ୭-୮ଟି ପତ୍ର

ଡ୍ରେସିଂ

  • ବସା ଦହି– ୧ ଚାମଚ
  • ଅଲିଭ ଅଏଲ୍ – ୧ ଚାମଚ
  • ଅଦା ରସୁଣ ପେଷ୍ଟ -୧ ଚାମଚ
  • ତେଜପତ୍ର -୧
  • ଲୁଣ - ସ୍ୱାଦ ଅନୁଯାୟୀ
  • ଗୋଲମରିଚ - ୧/୨ ଚାମଚ
  • ଲେମ୍ବୁ ରସ -୧/୨ ଚାମଚ

ପୌଷ୍ଟିକ ମୂଲ୍ୟ:

କ୍ୟାଲୋରୀ – ୪୨୫ କିଲୋକ୍ୟାଲୋରୀ
ପ୍ରୋଟିନ୍ - ୫୬ ଗ୍ରାମ

ପ୍ରଦ୍ଧତି:

  1. ଚିକେନ ବ୍ରେଷ୍ଟକୁ ଧୋଇ ଛୋଟ ଛୋଟ କରି କାଟି ପ୍ରେସର କୁକରରେ ପକାଇବା ସହ ଅଦା ଓ ରସୁଣ ପେଷ୍ଟ, ତେଜପତ୍ର ପକାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ।
  2. ଉପରୋକ୍ତ ସମସ୍ତ ପନିପରିବାକୁ ନିଜ ଇଚ୍ଛା ମୁତାବକ ଆକାରରେ କାଟି ଦିଅନ୍ତୁ ।
    ଡ୍ରେସିଂ ପ୍ରସ୍ତୁତ କରିବା ପାଇଁ:
  3. ଏକ ଛୋଟ ଜାର/ବକ୍ସ ନିଅନ୍ତୁ – ଏଥିରେ ୧ ଚାମଚ ଦହି, ଲୁଣ, ଗୋଲମରିଚ, ଲେମ୍ବୁ ରସ, ୧ ଚାମଚ ଅଲିଭ ଅଲିଭ୍ ମିଶାନ୍ତୁ।
  4. ଏକ ଭଲ ଡ୍ରେସିଂ ପ୍ରସ୍ତୁତ କରିବା ପାଇଁ ଏହାକୁ ଭଲ ଭାବରେ ମିଶାନ୍ତୁ।
  5. ଗୋଟିଏ ପାତ୍ରରେ ରନ୍ଧା ଚିକେନ୍ ଏବଂ ପନିପରିବା ଏକାଠି କରନ୍ତୁ। ନିଜ ସ୍ୱାଦ ଅନୁଯାୟୀ ଏହା ଉପରେ ଡ୍ରେସିଂ ଢାଳି ଦିଅନ୍ତୁ।

ଆପଣ ମଧ୍ୟ ପସନ୍ଦ କରିପାରନ୍ତି |