Humrahi

ମୁଗ ଡାଲି ଚିକେନ୍ ପିଜା

ଆବଶ୍ୟକୀୟ ସାମଗ୍ରୀ

  • ସବୁଜ ମୁଗ ଡାଲି – ୧ କପ୍, 
  • ଓଟସ୍ [ପାଉଡର] – ୨ ଚାମଚ,
  • ଚିକେନ – ୫୦ ଗ୍ରାମ,
  • ଲଙ୍କା ଗୁଣ୍ଡ - ୧ ଚାମଚ,
  •  ଗରମ ମସଲା – ୧ ଚାମଚ,
  • ହଳଦୀ ଗୁଣ୍ଡ – ୧ ଚାମଚ,
  • ଦହି – ୧ ଚାମଚ,
  • ଧନିଆ ପାଉଡର – ୧ ଚାମଚ,
  • ପିଆଜ – ୧ [କଟା ହୋଇଥିବା],
  • ଗାଜର – ୧/୨ [କଟା ହୋଇଥିବା],
  • ଧନିଆ ପତ୍ର - ୨ ଚାମଚ,
  • କ୍ୟାପ୍ସିକମ୍ - ୨ ଚାମଚ [ଛୋଟ ଛୋଟ ଖଣ୍ଡ],
  • କୋରା ହୋଇଥିବା ପନିର/ଚିଜ୍ – ୨ ଚାମଚ,
  •  ଗୋଲମରିଚ ଗୁଣ୍ଡ - ୧ ଚାମଚ,
  • ଲୁଣ - ସ୍ୱାଦ ଅନୁସାରେ,
  • ତେଲ – ୧ ଚାମଚ
  •  ଲଙ୍କା ଗୁଣ୍ଡ - ୧ ଚାମଚ
  •  ଓରେଗାନୋ – ୧ ଚାମଚ

ପୌଷ୍ଟିକ ମୂଲ୍ୟ:

କ୍ୟାଲୋରୀ – ୫୨୪ କିଲୋକ୍ୟାଲୋରୀ
ପ୍ରୋଟିନ୍ – ୪୨ ଗ୍ରାମ

ପ୍ରଦ୍ଧତି:

  1. ୧ କପ୍ ସବୁଜ ମୁଗ ଡାଲିକୁ ରାତିସାରା ଭିଜାଇ ରଖନ୍ତୁ।
  2. ପରଦିନ ସକାଳେ ଏଥିରେ ଅଳ୍ପ ପାଣି ଓ ଓଟସ୍ ପକାଇ ପେଷ୍ଟ କରି ଦିଅନ୍ତୁ।
  3. ଏଥିରେ ଅଳ୍ପ ଲୁଣ ପକାଇ ୩୦ ମିନିଟ୍ ରହିବାକୁ ଦିଅନ୍ତୁ।
  4. ଗୋଟିଏ ପାତ୍ରରେ ଚିକେନ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଦହି, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ୩୦ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ମେରିନେଟ୍ କରନ୍ତୁ।
  5. ନନ୍ ଷ୍ଟିକ୍ ପ୍ୟାନରେ ତେଲ ଗରମ କରି ମେରିନେଟ୍ ହୋଇଥିବା ଚିକେନ୍ ପକାଇ ଉଭୟ ପାର୍ଶ୍ୱକୁ ହାଲୁକା ଲାଲ୍ ହେବା ପର୍ଯ୍ୟନ୍ତ ରୋଷେଇ କରି ପରେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
  6. ଏକ ପାତ୍ରରେ ଗାଜର, ଚିକେନ୍, ପିଆଜ, କ୍ୟାପ୍ସିକମ୍ ଓ ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।
  7. ଏକ ତାୱା/ପ୍ୟାନ୍‌ରେ ଅଳ୍ପ ଘିଅ କିମ୍ବା ତେଲ ପକାଇ ବେସ ତିଆକି କରିବା ପାଇଁ ମିଶ୍ରଣକୁ ଢାଳନ୍ତୁ।
  8. ଏହା ଉପରେ କଟା ପନିର/ଚିଜ୍ ମିଶାଇ ମସଲା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାକୁ କିଛି ମିନିଟ୍ ପାଇଁ ଘୋଡାଇ ରଖନ୍ତୁ ଏବଂ ପିଜା ଏବେ ପ୍ରସ୍ତୁତ ହୋଇଗଲା।

ଆପଣ ମଧ୍ୟ ପସନ୍ଦ କରିପାରନ୍ତି |