ମୁଗ ଡାଲି ଚିକେନ୍ ପିଜା
ଆବଶ୍ୟକୀୟ ସାମଗ୍ରୀ
- ସବୁଜ ମୁଗ ଡାଲି – ୧ କପ୍,
- ଓଟସ୍ [ପାଉଡର] – ୨ ଚାମଚ,
- ଚିକେନ – ୫୦ ଗ୍ରାମ,
- ଲଙ୍କା ଗୁଣ୍ଡ - ୧ ଚାମଚ,
- ଗରମ ମସଲା – ୧ ଚାମଚ,
- ହଳଦୀ ଗୁଣ୍ଡ – ୧ ଚାମଚ,
- ଦହି – ୧ ଚାମଚ,
- ଧନିଆ ପାଉଡର – ୧ ଚାମଚ,
- ପିଆଜ – ୧ [କଟା ହୋଇଥିବା],
- ଗାଜର – ୧/୨ [କଟା ହୋଇଥିବା],
- ଧନିଆ ପତ୍ର - ୨ ଚାମଚ,
- କ୍ୟାପ୍ସିକମ୍ - ୨ ଚାମଚ [ଛୋଟ ଛୋଟ ଖଣ୍ଡ],
- କୋରା ହୋଇଥିବା ପନିର/ଚିଜ୍ – ୨ ଚାମଚ,
- ଗୋଲମରିଚ ଗୁଣ୍ଡ - ୧ ଚାମଚ,
- ଲୁଣ - ସ୍ୱାଦ ଅନୁସାରେ,
- ତେଲ – ୧ ଚାମଚ
- ଲଙ୍କା ଗୁଣ୍ଡ - ୧ ଚାମଚ
- ଓରେଗାନୋ – ୧ ଚାମଚ
ପୌଷ୍ଟିକ ମୂଲ୍ୟ:
କ୍ୟାଲୋରୀ – ୫୨୪ କିଲୋକ୍ୟାଲୋରୀ
ପ୍ରୋଟିନ୍ – ୪୨ ଗ୍ରାମ
ପ୍ରଦ୍ଧତି:
- ୧ କପ୍ ସବୁଜ ମୁଗ ଡାଲିକୁ ରାତିସାରା ଭିଜାଇ ରଖନ୍ତୁ।
- ପରଦିନ ସକାଳେ ଏଥିରେ ଅଳ୍ପ ପାଣି ଓ ଓଟସ୍ ପକାଇ ପେଷ୍ଟ କରି ଦିଅନ୍ତୁ।
- ଏଥିରେ ଅଳ୍ପ ଲୁଣ ପକାଇ ୩୦ ମିନିଟ୍ ରହିବାକୁ ଦିଅନ୍ତୁ।
- ଗୋଟିଏ ପାତ୍ରରେ ଚିକେନ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଦହି, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ୩୦ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ମେରିନେଟ୍ କରନ୍ତୁ।
- ନନ୍ ଷ୍ଟିକ୍ ପ୍ୟାନରେ ତେଲ ଗରମ କରି ମେରିନେଟ୍ ହୋଇଥିବା ଚିକେନ୍ ପକାଇ ଉଭୟ ପାର୍ଶ୍ୱକୁ ହାଲୁକା ଲାଲ୍ ହେବା ପର୍ଯ୍ୟନ୍ତ ରୋଷେଇ କରି ପରେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
- ଏକ ପାତ୍ରରେ ଗାଜର, ଚିକେନ୍, ପିଆଜ, କ୍ୟାପ୍ସିକମ୍ ଓ ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।
- ଏକ ତାୱା/ପ୍ୟାନ୍ରେ ଅଳ୍ପ ଘିଅ କିମ୍ବା ତେଲ ପକାଇ ବେସ ତିଆକି କରିବା ପାଇଁ ମିଶ୍ରଣକୁ ଢାଳନ୍ତୁ।
- ଏହା ଉପରେ କଟା ପନିର/ଚିଜ୍ ମିଶାଇ ମସଲା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାକୁ କିଛି ମିନିଟ୍ ପାଇଁ ଘୋଡାଇ ରଖନ୍ତୁ ଏବଂ ପିଜା ଏବେ ପ୍ରସ୍ତୁତ ହୋଇଗଲା।