ଷ୍ଟିମ ଚିକେନ୍ ସାଲାଡ
ଆବଶ୍ୟକୀୟ ସାମଗ୍ରୀ
- ବୋନଲେସ୍ ଚିକେନ୍ ବ୍ରେଷ୍ଟ – ୨୦୦ ଗ୍ରାମ
- ପିଆଜ -୧ ମିଡିୟମ ସାଇଜ (୧୫୦ ଗ୍ରାମ)
- ଟମାଟୋ -୧ ମିଡିୟମ ସାଇଜ (୧୨୦ ଗ୍ରାମ)
- କାକୁଡ଼ି -୧ (୧୫୦ ଗ୍ରାମ)
- ପିଆଜ ଷଣ୍ଡା – ୨ (୧୫ ଗ୍ରାମ)
- ଲାଲ କ୍ୟାପ୍ସିକମ୍ - ୧ ମିଡିୟମ ସାଇଜ (୧୦୦)
- ହଳଦିଆ କ୍ୟାପ୍ସିକମ୍ - ୧ ମିଡିୟମ ସାଇଜ (୧୦୦ ଗ୍ରାମ)
- ଧନିଆ – ୭-୮ଟି ପତ୍ର
ଡ୍ରେସିଂ
- ବସା ଦହି– ୧ ଚାମଚ
- ଅଲିଭ ଅଏଲ୍ – ୧ ଚାମଚ
- ଅଦା ରସୁଣ ପେଷ୍ଟ -୧ ଚାମଚ
- ତେଜପତ୍ର -୧
- ଲୁଣ - ସ୍ୱାଦ ଅନୁଯାୟୀ
- ଗୋଲମରିଚ - ୧/୨ ଚାମଚ
- ଲେମ୍ବୁ ରସ -୧/୨ ଚାମଚ
ପୌଷ୍ଟିକ ମୂଲ୍ୟ:
କ୍ୟାଲୋରୀ – ୪୨୫ କିଲୋକ୍ୟାଲୋରୀ
ପ୍ରୋଟିନ୍ - ୫୬ ଗ୍ରାମ
ପ୍ରଦ୍ଧତି:
- ଚିକେନ ବ୍ରେଷ୍ଟକୁ ଧୋଇ ଛୋଟ ଛୋଟ କରି କାଟି ପ୍ରେସର କୁକରରେ ପକାଇବା ସହ ଅଦା ଓ ରସୁଣ ପେଷ୍ଟ, ତେଜପତ୍ର ପକାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ।
- ଉପରୋକ୍ତ ସମସ୍ତ ପନିପରିବାକୁ ନିଜ ଇଚ୍ଛା ମୁତାବକ ଆକାରରେ କାଟି ଦିଅନ୍ତୁ ।
ଡ୍ରେସିଂ ପ୍ରସ୍ତୁତ କରିବା ପାଇଁ: - ଏକ ଛୋଟ ଜାର/ବକ୍ସ ନିଅନ୍ତୁ – ଏଥିରେ ୧ ଚାମଚ ଦହି, ଲୁଣ, ଗୋଲମରିଚ, ଲେମ୍ବୁ ରସ, ୧ ଚାମଚ ଅଲିଭ ଅଲିଭ୍ ମିଶାନ୍ତୁ।
- ଏକ ଭଲ ଡ୍ରେସିଂ ପ୍ରସ୍ତୁତ କରିବା ପାଇଁ ଏହାକୁ ଭଲ ଭାବରେ ମିଶାନ୍ତୁ।
- ଗୋଟିଏ ପାତ୍ରରେ ରନ୍ଧା ଚିକେନ୍ ଏବଂ ପନିପରିବା ଏକାଠି କରନ୍ତୁ। ନିଜ ସ୍ୱାଦ ଅନୁଯାୟୀ ଏହା ଉପରେ ଡ୍ରେସିଂ ଢାଳି ଦିଅନ୍ତୁ।