Humrahi

ଖାଦ୍ୟରୁ ଶର୍କରା କମାଇବା ପାଇଁ ବ୍ୟବହାରିକ ପରାମର୍ଶ

ଶର୍କରା ବିଭିନ୍ନ ଖାଦ୍ୟ ବର୍ଗରେ ଏକ ପ୍ରମୁଖ ଉପାଦାନ ପାଲଟିଛି, ଯେଉଁଥିରେ ମୁଖ୍ୟ ବ୍ୟଞ୍ଜନ, ସ୍ୱାଦିଷ୍ଟ ଖାଦ୍ୟ ଏବଂ ମିଠା ଅନ୍ତର୍ଭୁକ୍ତ, ଯାହା ଏହାକୁ ଆଧୁନିକ ଖାଦ୍ୟର କେନ୍ଦ୍ରବିନ୍ଦୁ ରେ ପରିଣତ କରିଛି । ବୟସ୍କମାନଙ୍କୁ ଦୈନିକ ଚିନି ସେବନ କୁ 30 ଗ୍ରାମରେ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପିଲାମାନେ 24 ଗ୍ରାମରୁ ଅଧିକ ଖାଇବା ଉଚିତ୍ ନୁହେଁ । ସମୁଦାୟ କ୍ୟାଲୋରି ସେବନର ଦଶ ପ୍ରତିଶତରୁ ଅଧିକ ଚିନି ସେବନ ମୋଟାପଣର କାରଣ ହୋଇପାରେ ଏବଂ ମଧୁମେହ ହେବାର ସମ୍ଭାବନା ବଢାଇଥାଏ । ତେଣୁ ସଂପୃକ୍ତ ସ୍ୱାସ୍ଥ୍ୟ ବିପଦକୁ ହ୍ରାସ କରିବା ପାଇଁ ଚିନି ସେବନ କୁ ହ୍ରାସ କରିବା ଜରୁରୀ ଅଟେ ।

ରୋଗୀମାନେ ଚିକିତ୍ସା ଅନୁପାଳନ କରିବା ପାଇଁ ବ୍ୟକ୍ତିଗତ ଖାଦ୍ୟ, ପୋଷଣ ଏବଂ ଜୀବନଶୈଳୀ ପରିଚାଳନା ପରାମର୍ଶ ପାଇପାରିବେ ଏବଂ ବିଭିନ୍ନ ଆପ୍ଲିକେସନ୍ ଏବଂ ପ୍ଲାଟଫର୍ମ ଯେପରିକି ଆହାର ବିଶେଷଜ୍ଞ ଓ ପୋଷଣ ସହାୟତା ଏବଂ ହମରାହି ମାଧ୍ୟମରେ ଫଳାଫଳ ବୃଦ୍ଧି କରିପାରିବେ । ଏହା ବ୍ୟତୀତ, କିଛି ପ୍ଲାଟଫର୍ମ ଉପଯୁକ୍ତ ଇନସୁଲିନ୍ ଇଞ୍ଜେକସନ୍ କୌଶଳ ଉପରେ ମାର୍ଗଦର୍ଶନ ସହିତ ମାଗଣା ରକ୍ତ ଶର୍କରା ପରୀକ୍ଷା ଏବଂ ନିରୀକ୍ଷଣ ମଧ୍ୟ ପ୍ରଦାନ କରିଥାନ୍ତି । ଏଠାରେ ଆପଣଙ୍କ ଲୋଭକୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଲୁଚି ରହିଥିବା ଶର୍କରା ଉତ୍ସଗୁଡିକୁ ସ୍ୱାସ୍ଥ୍ୟକର ବିକଳ୍ପ ସହିତ ବଦଳାଇବା ପାଇଁ କିଛି ସ୍ଥାୟୀ ଜୀବନଶୈଳୀ ସଂଶୋଧନ କରାଯାଇଛି ।

ପୁଷ୍ଟିକର ପାନୀୟ ଚୟନ କରନ୍ତୁ
ପାଣି ର ମାତ୍ରା ବଢ଼ାଇବା ପାଇଁ ଏହା ଅତ୍ୟନ୍ତ ସୁପାରିସ କରାଯାଏ । ଯଦିଓ ଆପଣଙ୍କର ବେଳେବେଳେ ଶର୍କରାଯୁକ୍ତ ପାନୀୟ ପାଇଁ ଇଚ୍ଛା ହୋଇପାରେ, ସୋଡା ଏବଂ ଏନର୍ଜି ଡ୍ରିଙ୍କ୍ ଭଳି ପ୍ରକ୍ରିୟାକୃତ ପାନୀୟଠାରୁ ଦୂରେଇ ରହିବା ଭଲ । ଏହା ପରିବର୍ତ୍ତେ ପନିପରିବା ରସ, ହର୍ବାଲ ଚା' , ଫଳର ସଂମିଶ୍ରଣ ଏବଂ ଅଣଶର୍କରାଯୁକ୍ତ କଫିକୁ ସ୍ୱାସ୍ଥ୍ୟକର ବିକଳ୍ପ ଭାବରେ ବିଚାର କରନ୍ତୁ । ହାଇଡ୍ରେସନ୍ ପାଇଁ ଲେମ୍ବୁପାଣି, ସର କଢା କ୍ଷୀର, ପଇଡ ପାଣି ଏବଂ ଘିକୁଆଁରୀ ରସ ଉତ୍ତମ ବିକଳ୍ପ ଅଟେ ।

ମିଠା ଫଳ ସେବନ କମ କରନ୍ତୁ
ଆପଣଙ୍କ ମିଠା ଖାଇବାର ଇଚ୍ଛାକୁ ପୂରଣ କରିବା ପାଇଁ ଫଳ ଏକ ପୋଷକ-ତତ୍ତ୍ୱଯୁକ୍ତ ଏବଂ ସ୍ୱାସ୍ଥ୍ୟକର ବିକଳ୍ପ ଅଟେ । ସବୁ ଫଳରେ ପ୍ରାକୃତିକ ଶର୍କରା ଥିବା ବେଳେ ଆମ୍ବ ଓ କଦଳୀ ଭଳି କିଛି ଫଳରେ ଶର୍କରାର ମାତ୍ରା ଅଧିକ ରହିଥାଏ। ଅଧିକ ଶର୍କରା ଥିବା ଫଳଠାରୁ ଦୂରେଇ ରହିବା ସହ ଆଭୋକାଡୋ, ଷ୍ଟ୍ରବେରୀ, ବ୍ଲାକବେରି, ପିଚ୍, ଲେମ୍ବୁ, ତରଭୁଜ, କମଳା ଏବଂ ଅଙ୍ଗୁର ଭଳି କମ୍ ଶର୍କରାଯୁକ୍ତ ବିକଳ୍ପ ବାଛିବାକୁ ପରାମର୍ଶ ଦିଆଯାଇଛି। ଶର୍କରାଯୁକ୍ତ ମିଠାଜିନିଷ କୁ ହଟାଇ ଦିଅନ୍ତୁ।
ଅଧିକାଂଶ ମିଠାରେ ଚିନି ଭରପୂର ଥାଏ ଏବଂ ପୁଷ୍ଟିକର ଗୁଣର ଅଭାବ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ । ଏହା ଅଧିକ ମିଠା ଖାଇବା ହେତୁ ଆପଣଙ୍କୁ କ୍ଳାନ୍ତ ଓ ଭୋକିଲା ରଖିଥାଏ। ଆପଣଙ୍କ ମିଠା ଖାଇବା ଇଚ୍ଛାକୁ ପୂରଣ କରିବା ପାଇଁ ଆପଣଙ୍କ ମିଠା ବିକଳ୍ପରେ କମ୍ ଶର୍କରା ଯୁକ୍ତ ବିକଳ୍ପ ଯୋଡିବାକୁ ବିଚାର କରନ୍ତୁ, ଯେପରିକି 70% କୋକୋ ଡାର୍କ ଚକୋଲେଟ୍, କ୍ରିମ୍ ସହିତ ସେକା ଯାଇଥିବା ଫଳ ଏବଂ ଡାଲଚିନି ଓ ଜାଇଫଳ ଇତ୍ୟାଦି ମସଲା ସହିତ ଦହି ମିଶାଇ ପାରିବେ।

ଖାଦ୍ୟ ଲେବଲକୁ ପଢନ୍ତୁ
ପ୍ରକ୍ରିୟାକୃତ ଏବଂ ଡବାରେ ରହିଥିବା ଖାଦ୍ୟରେ ଶର୍କରା ଥାଏ, ତେଣୁ ଖାଦ୍ୟ ଲେବଲ୍ ଯାଞ୍ଚ କରନ୍ତୁ। ଏହି ଲେବଲଗୁଡିକ ପରିମାଣ ହ୍ରାସ କ୍ରମରେ ଉପାଦାନଗୁଡ଼ିକୁ ତାଲିକାଭୁକ୍ତ କରେ, ଏବଂ ଏହି ତାଲିକାରେ ଯେତେ ଅଧିକ ଚିନି ରହିବ, ଉତ୍ପାଦରେ ସେତେ ଅଧିକ ଚିନି ରହିବ। ଗୋଟିଏ ପରାମର୍ଶ ହେଉଛି ସୁକ୍ରୋଜ୍, ମାଲଟୋଜ୍, ଡେକ୍ସଟ୍ରୋଜ୍, ଫ୍ରୁକ୍ଟୋଜ୍, ଗ୍ଲୁକୋଜ୍, ଗ୍ୟାଲାକ୍ଟୋଜ୍, ଲାକ୍ଟୋଜ୍ ଏବଂ ସମାନ ଜିନିଷ ଭଳି ଚିନି କିମ୍ବା ଏହାର ସମାନୀୟ ଜିନିଷଠାରୁ ଦୂରେଇ ରୁହନ୍ତୁ।

ଛୋଟରୁ ଆରମ୍ଭ କରନ୍ତୁ
ଘରର ଆଲମାରୀ ଓ ଫ୍ରିଜ୍ ରେ ଅଧିକ ଚିନି ଜିନିଷ ରଖନ୍ତୁ ନାହିଁ। ତଥାପି କିଛି ଖାଦ୍ୟ ସୁପରମାର୍କେଟ୍ ଦୋକାନରୁ ବାଦ୍ ପଡ଼ିବ ଏବଂ ଆପଣଙ୍କ ରାତ୍ରୀ ଭୋଜନ ପାଇଁ ଉପଲବ୍ଧ ହେବ। ତେଣୁ ଘରେ ଥିବା ସବୁ ଜିନିଷରେ ଥିବା ଶର୍କରାର ମାତ୍ରାକୁ କମ୍ କିମ୍ବା ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଗୋଟିଏ କିମ୍ବା ଦୁଇଟି ବାଛିବା ଉପରେ ଧ୍ୟାନ ଦିଅନ୍ତୁ, ତା'ପରେ ଧୀରେ ଧୀରେ ଅଧିକ ଯୋଡନ୍ତୁ।

ଏହା କଷ୍ଟକର ହୋଇପାରେ, କିନ୍ତୁ ମଧୁମେହ ରୋଗୀ ଏବଂ ସୁସ୍ଥ ହେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଶର୍କରା ସେବନ ହ୍ରାସ କରିବା ଏବଂ ଶେଷରେ ଏହାକୁ ଦୂର କରିବା ଜରୁରୀ ଅଟେ । ଏହି ସହଜ ପରାମର୍ଶ ଦ୍ୱାରା ଆପଣ ନିଜର ଇଚ୍ଛାକୁ ପୂରଣ କରିପାରିବେ ଏବଂ ଶର୍କରା ସେବନକୁ ଅନେକାଂଶରେ ହ୍ରାସ କରିପାରିବେ । କିନ୍ତୁ ସର୍ବଦା ସାବଧାନତା ସହିତ ଆଗକୁ ବଢ଼ିବାକୁ ମନେରଖନ୍ତୁ, ପ୍ରତ୍ୟେକ ଛୋଟ ଛୋଟ ଉପଲବ୍ଧିକୁ ପାଳନ କରନ୍ତୁ ଏବଂ ନିଜର ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିଲେ କେବେ ବି ହାର ମାନିବେ ନାହିଁ । ଯଦିଓ ବେଳେବେଳେ ଏଥିରେ ସାମିଲ ହେବା ଠିକ୍, ତେବେ ସେହି ଗୋଟିଏ ଭୋଜନକୁ ଉପଭୋଗ କରନ୍ତୁ, କିନ୍ତୁ ତା'ପରେ ଆଉ ଭୁଲ ନକରିବାକୁ ନିଜକୁ ଆହ୍ଵାନ ଦିଅନ୍ତୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହେବା ପାଇଁ ଚେଷ୍ଟା ଜାରି ରଖନ୍ତୁ ।(64)